ADD

Breaking News

କୋମଳମତି ଶିଶୁଙ୍କ ସହ ଖେଳ ! ନିରାପଦ ନୁହେଁ ବିଦ୍ୟାଳୟର ମଧ୍ୟାହ୍ନଭୋଜନ, ପରୀକ୍ଷଣ ପରେ ଜଣାପଡିଲା ଖାଦ୍ୟର ମାନ

Source-kanaknews.
TGI NEWS: ନିରାପଦ ନୁହେଁ ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ । ସୁନ୍ଦରଗଡ ସମେତ ବିଭିନ୍ନ ଜିଲ୍ଲାର ସଦର ମହକୁମାରେ ଥିବା ସରକାରୀ ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ନିରାପଦ ନୁହେଁ । ଏହି ଅଭିଯୋଗ ଆଣିଛନ୍ତି ଖୋଦ୍ ଖାଦ୍ୟ କମିଶନ । ଏହି ପ୍ରସଙ୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଖାଦ୍ୟ କମିଶନ । ଦାୟୀ ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କମିଶନଙ୍କୁ ଅବଗତ କରିବା ଲାଗି ସେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ରାଜ୍ୟ ଖାଦ୍ୟ ନିରାପତ୍ତା କମିଶନ ଓ ମଧ୍ୟାହ୍ନ ଭୋଜନ ପରିଚାଳନା ଦାୟିତ୍ୱରେ ଥିବା ପ୍ରକଳ୍ପ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ।
Source
ଓଡ଼ିଶା ରାଜ୍ୟ ଖାଦ୍ୟ କମିସନର ସଦସ୍ୟ ସଚିବ ରାଜଶ୍ରୀ ମହାନ୍ତି ଲେଖିଥିବା ଚିଠିରେ ଦର୍ଶାଯାଇଛି ଯେ, ଚଳିତ ବର୍ଷ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ରାଜ୍ୟ ଖାଦ୍ୟ ବିଶ୍ଲେଷଣ ବିଭାଗର ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ମାଲକାନଗିରିର ମାଟପକା ଆବାସିକ ସ୍କୁଲ, ବାଲେଶ୍ୱରର ପବ୍ଲିକ ନୋଡାଲ ୟୁପି ସ୍କୁଲ, କୋରାପୁଟ ମାଳି ଷ୍ଟ୍ରିଟ ୟୁପି ସ୍କୁଲ ଓ ଭଣ୍ଡି ଷ୍ଟ୍ରିଟ ପ୍ରାଥମିକ ସ୍କୁଲ, ସୁନ୍ଦରଗଡ ସ୍ଥିତ ଭବାନୀ ଶଙ୍କର ହାଇସ୍କୁଲ, ଖୋର୍ଦ୍ଧା ଦେଉଳଟାଙ୍ଗୀ ପ୍ରକଳ୍ପ ୟୁପି ସ୍କୁଲ ଓ ଯାଜପୁରର ଭଗତପୁର ପ୍ରାଥମିକ ସ୍କୁଲ ଆଦିରୁ ମଧ୍ୟାହ୍ନ ଭୋଜନ ଖାଦ୍ୟର ନମୁନା ସଂଗ୍ରହ କରାଯାଇଥିଲା । ସେଗୁଡିକୁ ପରୀକ୍ଷା କରାଯିବା ପରେ ଜଣାପଡିଛି ଯେ, ସମ୍ପୃକ୍ତ ସ୍କୁଲ ଗୁଡିକରେ ପରିବେଷଣ କରାଯାଉଥିବା ମଧ୍ୟାହ୍ନ ଭୋଜନ ଖାଦ୍ୟରେ ସର୍ବନିମ୍ନ ପୃଷ୍ଟିକର ମାନ ନାହିଁ ।
ପୁଣି ଖାଦ୍ୟ ନିରାପତ୍ତା ଓ ମାନ ଆଇନ ୨୦୦୬ରେ ନିର୍ଦ୍ଧାରିତ ମାପ କାଠି ଦୃଷ୍ଟିରୁ ତାହା ନିରାପଦ ନୁହେଁ । ଏହି ଆଇନ ଅନୁଯାୟୀ ଆଇନ ଉଲ୍ଲଙ୍ଘନକାରୀଙ୍କ ପାଇଁ ୧ଲକ୍ଷରୁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଓ ୬ମାସରୁ ୬ବର୍ଷ ପର୍ଯ୍ୟନ୍ତ ଜେଲ ବ୍ୟବସ୍ଥା ରହିଛି । ତେବେ ଅଭିଯୋଗର ପୁଣି ଥରେ ଯାଂଚପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ।

No comments